କୋଟଗଡ,୧୭।୧୨(ଡି.ଏଚ/ନଳିନୀ କାନ୍ତ ମିଶ୍ର) : ପୁରୀ ଠାରୁ ଏକ ସାଇକଲ ରାଲି ବାହାରି ବ୍ରହ୍ମପୁର ଦିଗପହଣ୍ଡି ତପ୍ତପାଣି ଚନ୍ଦ୍ରଗିରି ମୋହୋନା ଗୁଣପୁର ରାୟଗଡା ଲକ୍ଷ୍ମୀପୁର କୋରାପୁଟ ଠାରୁ ପ୍ରତ୍ୟାବର୍ତ୍ତନ କରି ରାୟଗଡା ଠାରୁ ବିଷମକଟକ ମୁନିଗୁଡା କୋଟଗଡରେ ପହଁଚିଲା ପରେ ଫୋରେଷ୍ଟ ରେଞ୍ଜ ଅଫିସର ମାନେ ସେମାନଙ୍କୁ କୃତଜ୍ଞତା ଜଣାଇ ଥିଲେ ଓ ପରେ ସେମାନେ ତୁମୁଡିବନ୍ଧ ବ୍ଲକର ବେଲଘରକୁ ଏକ ସାଇକଲ ରେସିଙ୍ଗ କରିଥିଲେ ଓ ସେଠାରେ ରାତ୍ରି ଯାପନ କରିବା ପରେ ସକାଳୁ ତୁମୁଡିବନ୍ଧକୁ ଆସି ବାଲିଗୁଡା ଓ ଫୁଲବାଣୀ ଦେଇ ନୟାଗଡ ଖୋର୍ଦ୍ଧା ଭୁବନେଶ୍ୱର ଓ ପୁରୀରେ ଯାତ୍ରାର ସମାପ୍ତି କରିବେ l ସେମାନଙ୍କର ବାର୍ତା ଥିଲା ଓଡିଶାକୁ ପଲିଥିନ ମୁକ୍ତ କରିବା, ସାଇକେଲ ଚଳାଇ ପେଟ୍ରୋଲ ବଞ୍ଚାଇବା ଓ ପ୍ରଦୂଷଣ ମୁକ୍ତ କରିବା ଏହା ସେମାନଙ୍କର ବାର୍ତା ଥିଲା l ସେମାନଙ୍କ ମଧ୍ୟରେ 25ଜଣ ସାଇକେଲ ଯାତ୍ରୀ ଥିଲେ ସେଥିରେ ମୁମ୍ବାଇ, ମହାରାଷ୍ଟ୍ର, ଦିଲ୍ଲୀ, କଟକ, ଭୁବନେଶ୍ୱର, ପୁରୀ ଓ ଅନାନ୍ୟ ସହରର ଲୋକ ସାମିଲ ଥିଲେ l





















