ବାଲିଗୁଡ଼ା ,୧୫।୧୨(ଡି.ଏଚ/ସୁରେଶ କୁମାର ପଣ୍ଡା ) : ବାଲିଗୁଡ଼ା ସହର ରେ ଦିନକୁ ଦିନ ଦୃଗଗତି ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି । ପୋଲିସ ପକ୍ଷରୁ ବିଭିନ୍ନ ସଚେତନତା କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ କିଛି ମାତ୍ରାରେ ପଡ଼ୁଥିବା ହେତୁ ପୋଲିସ ପକ୍ଷରୁ ସହର ଆରମ୍ଭରେ ଦଣ୍ଡପଦର ଗ୍ରାମବାସୀଙ୍କ ସହଯୋଗରେ ଚେକପୋଷ୍ଟର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ଏହି କାର୍ଯ୍ୟକ୍ରମ ଯୋଗୁଁ ଗାଡ଼ି ମୋଟରର ଦୃତଗତି କମିଛି । ଏହାର ପ୍ରଭାବରେ ଦୁର୍ଘଟଣାର ମାତ୍ରା କମିବ ବୋଲି ଆଶା କରାଯାଉଛି ।





















