ସୂଚନା କର୍ମଚାରିଙ୍କ ହତ୍ୟାକାରୀଙ୍କୁ ଗିରଫ ଓ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

683
ADVERTISEMENT

କୋଟଗଡ଼,୧୪/୧୨(ଡି.ଏଚ/ନଳିନୀକାନ୍ତ ମିଶ୍ର ) : ବାଲିଗୁଡ଼ାରେ ସୂଚନା କର୍ମୀଙ୍କୁ ଗୁଳି କରି ମାରିଥିବା ଅପରାଧୀଙ୍କୁ ଗିରଫ କରିବା ଓ କ୍ଷତି ପୂରଣ ଦେବା ପାଇଁ ଦାବି ହୋଇଛି । ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟାର ଆଜିକୁ ପ୍ରାୟ ଚାରି ଦିନ ବିତିଲାଣି ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବାରୁ ବାଟାଗୁଡା ଗ୍ରାମବାସୀ ଏହାକୁ ତୀବ୍ର ବିରୋଧକରିବା ସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି । କିଛି ଦୁର୍ବୃତ୍ତ ଶ୍ରୀ ଅଭିମନୁ ପଣ୍ଡାଙ୍କୁ ବାଲିଗୁଡା ତାଙ୍କ ବାସ ଭବନରୁ ଡାକି ନେଇ ହତ୍ୟା କରିଥିବା ଚାଞ୍ଚଲ୍ୟ କର ଘଟଣାରେ କଣ ପୋଲିସ ହାତ ବାନ୍ଧି ବସିଥିବା ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପାଇଛି ହାତ ବାନ୍ଧି ବସିଛି । Nh 59 ରାସ୍ତାରେ ଜନ ସାଧାରଣ ଟାୟାର ଜାଳି ବସିଛନ୍ତି ଅଞ୍ଚଳ ବସି ଦାବି କରି ବସିଛନ୍ତି ଯେ ଅପରାଧିକୁ ତୁରନ୍ତ ଗିରଫ କରାଯାଉ ନଚେତ ଏହି ଧାରଣା ଆହୁରି ଉଗ୍ର ରୂପ ନେବ ବୋଲି ଜନସାଧାରଣ ପ୍ରତିକ୍ରିୟାରେ କହିଛନ୍ତି ।

Advertisement