ବିଶ୍ୱକପ୍‌: ଆଫଗାନିସ୍ତାନ ବିପକ୍ଷରେ ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ସାମି ନେଲେ ହ୍ୟାଟ୍ରିକ-

280
ADVERTISEMENT

ନୂଆଦିଲ୍ଲୀ, ୨୩/୬(ଡ଼ିଏଚବି): ବିଶ୍ୱକପ୍‌ରେ ଗତକାଲି ଭାରତ ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସାଉଥାମ୍ପ୍‌ଟନର ରୋଜ୍‌ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ୧୧ ରନ୍‌ରେ ଆଫଗାନିସ୍ତାନକୁ ହରାଇଛି। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୨୨୪ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୪୯.୫ ଓଭରରେ ମାତ୍ର ୨୧୩ ରନ୍‌ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ମ୍ୟାଚ୍‌ର ଅନ୍ତିମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍‌ରେ ଉଇକେଟ ନେଇ ଦ୍ରୁତ ବୋଲର ମହମ୍ମଦ ସାମି ହ୍ୟାଟ୍ରିକ୍‌ ଅର୍ଜନ କରିବାସହ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଏହା ସହ ବିଶ୍ୱକପ୍‌ରେ ଚେତନ ଶର୍ମାଙ୍କ ପରେ ହ୍ୟାଟ୍ରିକ ଉଇକେଟ ହାସଲ କରିବାରେ ମହମ୍ମଦ ସାମି ଭାରତର ଦ୍ୱିତୀୟ ବୋଲର ସାବ୍ୟସ୍ତ ହୋଇଛନ୍ତି।

ଏଥିସହିତ ଭାରତ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ସବୁଥିରେ ପରାଜୟ ବରଣ କରି ପଏଣ୍ଟ ତାଲିକାରେ ଖାତା ଖୋଲି ନ ପାରି ତାଲିକାର ଅନ୍ତିମ ତଥା ଦଶମ ସ୍ଥାନରେ ରହିଛି। ଇକୋନୋମିକାଲ ବୋଲିଂ କରି ୨ ଉଇକେଟ ଅକ୍ତିଆର କରିଥିବା ଯଶପ୍ରୀତ ବୁମ୍‌ରା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

Advertisement