Wednesday, September 23, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ବିଧାୟକଙ୍କ ଘରେ ଗାଡି ପୋଡି : ଚିନ୍ତା ଓ ଉଦବେଗର ବିଷୟ

ବିଧାୟକଙ୍କ ଘରେ ଗାଡି ପୋଡି : ଚିନ୍ତା ଓ ଉଦବେଗର ବିଷୟ

470
ADVERTISEMENT

ତାଳଚେର,୮/୧୨ (ଡି.ଏଚ/ପ୍ରବୀଣ କୁମାର ଦାସ ) : ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସହ ଅନେକ ଘଟଣା ଏହି କିଛି ଦିନ ଭିତରେ ଘଟିଛି ଯାହାକୁ ନେଇ କେବଳ ତାଳଚେର ନୁହେଁ ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତାଳଚେର ବିଧାୟକଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଗାଡି ପୋଡିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।କିନ୍ତୁ ଏପର୍ଯ୍ୟନ୍ତ କିଏ ଏଘଟଣାରେ ସମ୍ପୃକ୍ତ ତାହା ଧରାପଡିପାରିଲା ନାହିଁ । ଭୁବନେଶ୍ୱର ଗାଡ଼ି ପୋଡ଼ି ପରେ ତାଳଚେରସ୍ଥିତ ନିଜ ବାସଭବନରେ ପୁଣି ନିଆଁ ଲଗା ଘଟଣା ଘଟିବା ଆଉ ଏବେ ବିଧାୟକଙ୍କ ନନ୍ଦିରାସ୍ଥିତ ତାଳଚେର କ୍ୟାମ୍ପ ହାଉସରେ ଗାଡି ପୋଡିବା ଘଟଣାକୁ ନେଇ ସହରରେ ଭିନ୍ନ ଭିନ୍ନ କଥା ଉଠୁଛି ।ସମସ୍ତେ ଉଦବେଗ ପ୍ରକାଶ କଲେଣି ,ବିଧାୟକଙ୍କ ସହ ଏପରି ଘଟଣା ତାଙ୍କ ଜୀବନ ପ୍ରତି ବିପଦ କଣ ସୃଷ୍ଟି କରୁନି ବୋଲି ମଧ୍ୟ ପ୍ରଶ୍ନ ଉଠିଲାଣି । ଏଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ ।କିନ୍ତୁ ଏଘଟଣାରୁ ପରଦା ଉଠାଇବା ଦରକାର । ପ୍ରଶାସନ ପୋଲିସ ଏହାକୁ ଗୁରୁତର ସହ ନେଇ ଏଭଳି କାଣ୍ଡ ଘଟାଇଥିବା ଖଳନାୟକଙ୍କୁ ଲୋକଲୋଚନକୁ ଆଣିବେ ବୋଲି ଆଶା ।

Advertisement