Thursday, November 5, 2026
ADVERTISEMENT
Home କନ୍ଧମାଳ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ

358
ADVERTISEMENT

ବାଲିଗୁଡ଼ା,୫।୧୨:(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ 2019-2020ର ବ୍ୟୟ ଅଟକଳ କେତେ କରାଯାଇଛି ଓ 2020-2021ପାଇଁ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିବା ସହ କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କ ଶହେ ଦିନର କାମ ହେବ ସେ ନେଇକି ମଧ୍ୟ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା 16ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଦିଗାଲ, ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ପ୍ରକଳ୍ପ ଅଫିସର ରାଜେଶ ସାହୁ, ବଡ଼ବାବୁ ଦେବନାଥ ପ୍ରଧାନ ରୂପକ ପ୍ରଧାନ,ସୋସିଆଲ ଅଡିଟର ଆକାଉଣ୍ଟଟେଣ୍ଟ, ସମସ୍ତ ପଞ୍ଚାୟତ ସରପଞ୍ଚ, ସମସ୍ତ ରୋଜଗାର ସେବକ, ଏନଆରଜିଏସ କମ୍ପୁଟର ଅପରେଟର ଅଭିଜିତ ପ୍ରଧାନ ଓ ସୌରଭ ପଣ୍ଡା ଉପସ୍ଥିତ ରହିବା ସହ ପଞ୍ଚାୟତର ସମସ୍ତ ଜନସାଧାରଣ ଯୋଗଦେଇଥିଲେ ।

Advertisement