Saturday, August 8, 2026
ADVERTISEMENT
Home ପୁରୀ ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ କୋଠାବାଡ଼ି ଉଚ୍ଛେଦ ଆରମ୍ଭ

ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ କୋଠାବାଡ଼ି ଉଚ୍ଛେଦ ଆରମ୍ଭ

311
ADVERTISEMENT

ପୁରୀ,୪।୧୨:(ଡି.ଏଚ) : ବୁଧବାର ପୂର୍ବାହ୍ନରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ କୋଠାବାଡ଼ି ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜି ପ୍ରଥମେ ଶ୍ରୀମନ୍ଦିର ନିକଟରେ ଥିବା ପୌରସଂସ୍ଥା ଡାକ୍ତରଖାନା ଭଙ୍ଗା ଆରମ୍ଭ ହୋଇଛି। ସୌନ୍ଦର୍ଯ୍ୟକରଣ ନିମନ୍ତେ ଶ୍ରୀନ୍ଦିର ଚାରିପଟେ ୭୫ ମିଟର ଯାଏଁ ସ୍ଥାନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କୋଠବାଡ଼ି ଏବଂ ମଠ ଆଦି ଉଚ୍ଛେଦ କରାଯାଉଛି। କିଛି ଦିନ ତଳେ ପ୍ରଥମ ପର୍ଯ୍ୟାୟରେ କେତେଗୁଡ଼ିଏ କୋଠାବାଡ଼ି ଭାଙ୍ଗି ଉଚ୍ଛେଦ କରିବା ପରେ ଆଜି ଠାରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଉଚ୍ଛେଦ କାର୍ଯ୍ୟରେ ସମୁଦାୟ ୯ଟି ଜେସିବି ଲଗାଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ, ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଦାସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଶ୍ରୀମନ୍ଦିର ଥାନା ପୁଲିସ ଉପସ୍ଥିତ ରହିବା ସହ ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisement