Friday, November 6, 2026
ADVERTISEMENT
Home କନ୍ଧମାଳ ଅନ୍ତର୍ଜାତୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ

ଅନ୍ତର୍ଜାତୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ

393
ADVERTISEMENT

ବାଲିଗୁଡ଼ା,୩।୧୨(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ.ଏ.ସି ଓ ବ୍ଲକରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି ଏହି ଦିବସରେ ୧୨0ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ନେଇକି ସର୍ବ ପ୍ରଥମେ ପ୍ରଭାତ ଫେରି କରାଯାଇଥିଲା ଏହି ଶୋଭାଯାତ୍ରାରେ ବିଭିନ୍ନ ବର୍ଗର ପିଲା ଯୋଗଦେଇଥିଲେ ସିଆରସିସି ଅମୁଲ୍ୟ ନାୟକ, ସଚିନ୍ଦ୍ର ପାତ୍ର ଓ ଅମୁଲ୍ୟ ନାୟକ, ସିଆରସିସି ପାଢ଼ୀ ସାର ବ୍ଲକ କଲୋନୀ ପ୍ରଧାନ ଶିକ୍ଷକ ଆର୍ତ୍ତ ଚନ୍ଦ୍ର ଖଟୁଆ ଓ ଦୁଇ ଜଣ ଗୋଷ୍ଠୀ ସମ୍ବଳ ଶିକ୍ଷକ ଶମ୍ଭୁ ପ୍ରସାଦ ମେହେର ଓ ସୀତାଂଶୁ. ମେହେର ଆଇ ଇୟା ଇ ଭୀମ ରାଜ ଡିଗାଲ ଓ ଅନନ୍ତ ମଲିକ ଯୋଗଦେଇଥିଲେ l ତା ପରେ ପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଡ଼ିବେଟି , ସ୍ପୋଟ୍ସ ରେସ, ଗୀତ, ମିଉଜିକ ଚେର, ଜିଳାପି ରେସ କାର୍ଯ୍ୟକ୍ରମ କରାଯାଇଛି ତାପରେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ମାଝୀ ସାର ଓ ବ୍ଲକ କଲୋନୀ ପ୍ରଧାନ ଶିକ୍ଷକ ଖଟୁଆ ସାର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ l ସର୍ବଶେଷରେ ସଭା ସମାପନ କରାଯାଇଥିଲା l

Advertisement