Friday, November 6, 2026
ADVERTISEMENT
Home କନ୍ଧମାଳ ପ୍ରଦ୍ୟୁଷଣ ପ୍ରମାଣ ପତ୍ରପାଇଁ ଲୋକ ହନ୍ତସନ୍ତ

ପ୍ରଦ୍ୟୁଷଣ ପ୍ରମାଣ ପତ୍ରପାଇଁ ଲୋକ ହନ୍ତସନ୍ତ

298
ADVERTISEMENT

ବାଲିଗୁଡ଼ା,୨୭।୧୧(ଡି.ଏଚ/ ସୁରେଶ ପଣ୍ଡା ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପ୍ରଦ୍ୟୁଷଣ ପ୍ରମାଣ ପତ୍ର ପାଇଁ ନାହିଁ ନଥିବା ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି । ଏପଟେ ସରକାର ଘୋଷଣା କରଛନ୍ତି ଡିସେମ୍ବର ୧ତାରିଖରୁ ଟ୍ରାଫିକ ନିୟମ କଡ଼ା କଡ଼ି କରିବା ପାଇଁ ହେଲେ ଲୋକ ମାନଙ୍କ କହିବାର ହେଲା ପ୍ରମାଣ ପତ୍ର ପାଇଁ ୨ ମାସ ହେଲା ଅଫିସ ଯାଇଯାଇ ଚପଲ ସରିଗଲାଣି ହେଲେ ଆଜି ପର୍ଯ୍ୟନ୍ତ କରାଯାଇନାହିଁ । ହେଲେ ଏଇ ଅଫିସ ଚାରି ଦିନ ହେଲା ଖୋଲା ଯାଇଛି ଏହି ଗୋଟିଏ ଅଫିସକୁ ପାଞ୍ଚଟି ବ୍ଲକର ଲୋକ ଧାଡ଼ିରେ ଖରାରେ ଠିଆ ହୋଇ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି । ଏହା ଯଦି ପ୍ରତି ବ୍ଲକରେ କରାଯାଏ ଭଲ ହୁଅନ୍ତା ଓ ସରକାର ଟ୍ରାଫିକ ନିୟମକୁ ଆଉକିଛିଦିନ ପାଇଁ କୋହଳ କରାଯାଉ ବୋଲି କନ୍ଧମାଳ ଜନସାଧାରଣଙ୍କ ଅଭିଯୋଗ ହୋଇଛି ।

Advertisement