ନୂଆଗାଁ,୨୬।୧୧: (ଡି.ଏଚ/ପ୍ରଶାନ୍ତ କୁମାର ନାୟକ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପିଡବ୍ଲୁଡ଼ି ଛକ Nh 59ରାସ୍ତା ଠାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ପରିଡ଼ାଙ୍କ ଦ୍ୱାରା ଗାଡ଼ିର କାଗଜ ପତ୍ର, ମଦ୍ୟ ପାନ କରି ଗାଡ଼ି ଚଳାଉଥିଲେ ମିସିନ ଦ୍ୱାରା ପରୀକ୍ଷା କରିବା ଏନେଇ ଯାଞ୍ଚ କରାଯାଇଛି । ଏହି ଯାଞ୍ଚ ବେଳେ ଏକ ଅଟୋ ଡ୍ରାଇଭର ମଦ୍ୟ ପାନ କରି ଚଲାଉ ଥିବା ବେଳେ ଧରା ପଡ଼ିଥିଲେ । ଡ୍ରାଇଭରଙ୍କ ନାମରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିଲା ।





















