ବାଲିଗୁଡା,୨୧।୧୧(ଡି.ଏଚ/ ପ୍ରଶାନ୍ତ ନାୟକ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଦଣ୍ଡପଦର ନିକଟରେ ବୁଧବାରଦିନ ଅପରାହ୍ନରେ ଏକ ଘରୋଇ ବସ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ପ୍ରକାଶ ଯେ, ବୁଧବାର ଅପରାହ୍ନରେ ଘରୋଇ ଯାତ୍ରୀବାହୀ ବସ ଅମ୍ବିକା (OR-02BR- 2572) ବାଲିଗୁଡାରୁ ଫୁଲବାଣୀ ଯାଉଥିବା ସମୟରେ ଦଣ୍ଡପଦର ନିକଟରେ ଅପରପଟୁ ଆସୁଥିବା ଏକ ବାଇକ ନଂ.OR-07N-7765 ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ସାରଙ୍ଗଡ଼ ଗ୍ରାମର ଯୁଗଳ ପ୍ରଧାନ(18)ଙ୍କ ମୃତ୍ୟୁ ଘଟିଛି l ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାକୁ ପଠାଇଥିବା ବେଳେ ଅମ୍ବିକା ବସଟି ବାଲିଗୁଡା ଥାନାରେ ଆତ୍ମସମର୍ପଣ କରିଛି l ଏ ନେଇ ବାଲିଗୁଡା ଥାନା କେଶ ନଂ.165/19 ପ୍ରକାରେ ଏକ ମକଦ୍ଧମା ରୁଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବିଷୟ ତଦନ୍ତ କାରୀ ଏସ.ଆଇ.ଜୟ ଚନ୍ଦ୍ର ବେହେରଦଳେଇ ପ୍ରକାଶ କରିଛନ୍ତି l





















