Thursday, November 5, 2026
ADVERTISEMENT
Home କନ୍ଧମାଳ ୪0 କୋଟିରୁ ଉର୍ଦ୍ଧ ଗଞ୍ଜେଇ ଗଛ ନଷ୍ଟ

୪0 କୋଟିରୁ ଉର୍ଦ୍ଧ ଗଞ୍ଜେଇ ଗଛ ନଷ୍ଟ

377
ADVERTISEMENT

ବାଲିଗୁଡା,୨୦ା୧୧(ଡି.ଏଚ/ ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକରେ ଲଗାତାର ଗଞ୍ଜେଇ ଗଛ କଟାଚାଲିଛି ଆଜି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସିନ୍ଦ୍ରୀଗାଁ ପଞ୍ଚାୟତର ବହୁ ଗାଁରେ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ପ୍ରାୟ ୪00ଏକର ଜମିରେ ଗଛ ଲଗାଯାଇଥିବାର ଦେଖିବାକୁ ମିଳିଥିଲା । ଏହାର ମୂଲ୍ୟ ପ୍ରାୟ ୪0କୋଟିରୁ ଅଧିକ ଟଙ୍କା ହେବ ଏହା ଦେଖିବା ପାଇଁ ଦୁନିଆ ହାଲଚାଲ ଓ ଡ଼ିଏସଏଲଆର ସାମ୍ବାଦିକ ପହଞ୍ଚି ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଥିଲୁ ଦେଖିବାକୁ ମିଳିଥିଲା ପ୍ରଶାସନଙ୍କ ତଥ୍ୟ ଅନୁଯାୟୀ ଅଧିକରୁ ଅଧିକ ଗଛ କଟାଯାଉଛି ଏହା ଗଛକଟା ଅଭିଯାନ ସବୁଦିନ ପାଇଁ ଚାଲୁରହିବ ବୋଲି ବାଲିଗୁଡ଼ା ରେଭିନ୍ୟୁୟ ଅଫିସର ହରିଶ୍ଚ ଚନ୍ଦ୍ର ପ୍ରଧାନ କହିଥିଲେ । ଏହି ଗଛ କଟାରେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରାଙ୍କ ସହ ଥାନାର ସମସ୍ତ କର୍ମଚାରୀ ଓ ବାଲିଗୁଡ଼ା ଅବକାରୀ ବିଭାଗର ଅଫିସ ଅଧିକାରୀ ମାଧବ କୌଶଲ୍ୟା ଓ ଅଫିସର କର୍ମଚାରୀ ଉପସ୍ଥିତିରେ କରାଯାଇଥିଲା ।

Advertisement