ADVERTISEMENT
Home ଜିଲ୍ଲା ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବାକୁ ଦାବି କଲେ ଦଇତାପତି ବିନାୟକ ଦାସମହାପାତ୍ର

ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବାକୁ ଦାବି କଲେ ଦଇତାପତି ବିନାୟକ ଦାସମହାପାତ୍ର

424
ADVERTISEMENT

ପୁରୀ,୧୮।୧୧(ଡି.ଏଚ) : ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବାକୁ ପୁଣି ଥରେ ଦାବି ଉଠିଛି। ଆଜି ଦଇତାପତି ବିନାୟକ ଦାସମହାପାତ୍ର ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି। ଏସଂପର୍କରେ ଶ୍ରୀମନ୍ଦିରର ନୀତି ପ୍ରଶାସକ କହିଛନ୍ତି ଯେ ଏନେଇ ପରିଚାଳନା କମିଟିରେ ଆଲୋଚନା ହେବ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇ ଚିଠି ଲେଖିଥିଲେ।ଏହାଛଡ଼ା ଭିନ୍ନ ମହଲରୁ ବି ଏଭଳି ଦାବି ହୋଇ ଆସୁଛି।

Advertisement