କନ୍ଧମାଳ,୧୬।୧୧(ଡି.ଏଚ/ସୁରେଶ କୁମାର ପଣ୍ଡା) : ରାଜ୍ୟ ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଏକ ସାଧାରଣ ବୈଠକ ଫୁଲବାଣୀ ଠାରେ ଆୟୋଜନ କରାଯାଇଛି । ଏହି ବୈଠକ କନ୍ଧମାଳ ଜିଲ୍ଲାର ଠିକାଦାର ସଙ୍ଘ ଆୟୋଜକ ଥିଲେ ଏହି ବୈଠକରେ ରାଜ୍ୟ ସଭାପତି ପ୍ରଭାତ ଦାସ ଓ ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ଦାସ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଡୀ ବୃନ୍ଦାଙ୍କୁ ୧0ଦଫା ଦାବି ନେଇ ଏକ ଦାବିପତ୍ର ଦିଆଯିବା ସହ ଜିଲ୍ଲା ଯେକୌଣସି ଠାରେ କାର୍ଯ୍ୟ ହେଉଥାଏ ତାହା ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ବୈଠକରେ ମା ପାଟଖଣ୍ଡା ଠିକାଦାର ସଙ୍ଘ ବାଲିଗୁଡ଼ାରେ ମଧ୍ୟ୍ୟ ଯୋଗଦେଇଥିଲେ । ବାଲିଗୁଡ଼ା ଠିକାଦାର ସଙ୍ଘର ସଭାପତି ସ୍ଵପ୍ନେଶ୍ଵର ସାହୁ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, ପ୍ରକାଶ କୁମାର ନାୟକ, ଅଭୟ ପାତ୍ର, ସୁଶାନ୍ତ ଲେଙ୍କା, ଜିତୁ ପାତ୍ର, ସୁଵାନୀ ଖାଁ, ସନ୍ୟାସୀ ବେହେରା, ଜୟ ହରି ମହାନ୍ତି, ରଞ୍ଜିତ ଚୌଧୁରୀ, ବିପିନ ବିହାରୀ ପାତ୍ର, ଅନିଲ ଚୌଧୁରୀ, ପ୍ରମୋଦ ସାହୁଙ୍କ ସମେତ ଜିଲ୍ଲାର ବହୁ ଠିକାଦାର ଯୋଗଦେଇଥିଲେ ।






















