କନ୍ଧମାଳ,୧୧/୧୧ (ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ଶେଷ ସୀମା କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଗ୍ରାମ ଠାରେ ବାବା ଧବଳେଶ୍ୱର ମନ୍ଦିରରେ ହଜାର ହଜାର ଦର୍ଶକ ଦର୍ଶନ କରିଥିଲେ ଏହି ମନ୍ଦିର ଆଜିକୁ ପ୍ରାୟ ଷଷ୍ଠ ଶତାବ୍ଦୀ ନିର୍ମାଣ ହୋଇଥିଲା ଏହାକୁ ମଦଗଲ ବଂଶର ରାଜା ସ୍ପିତ୍ୱ ଚନ୍ଦ୍ର ଦେବ ନିର୍ମାଣ କରିଥିଲେ । ଏହି ମନ୍ଦିର ଚାରୋଟି ଜିଲ୍ଲା କନ୍ଧମାଳ,ସୋନପୁର, ବୌଦ୍ଧ, ବଲାଙ୍ଗୀର ଶେଷ ସୀମାରେ ଅବସ୍ଥିତ ଏଠାକୁ ଦର୍ଶନ କରିବା ପାଇଁ ଆସିଥିବା ଲୋକଙ୍କ କହିବା ହେଲା ଏଠାରେ ଦର୍ଶକ ମାନଙ୍କ ପାଇଁ ପାର୍କର ବ୍ୟବସ୍ଥା, ଶିବରାତ୍ରିରେ ଜାଗର ରହିବା ଜାଗାର ଅଭାବ, ମନ୍ଦିର ଚାରିପାଖ ପାଚେରୀ ବ୍ୟବସ୍ଥା, ବନ୍ଧର ସୌନ୍ଦର୍ଯ୍ୟ କରଣ କରାଯିବା ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଉ ଏନେଇ ସରକାରଙ୍କୁ ଦାବି ଜଣାଇଛନ୍ତି ମନ୍ଦିର ପରିଚାଳନା କମିଟି ।





















