Friday, November 6, 2026
ADVERTISEMENT
Home କନ୍ଧମାଳ ଜଙ୍ଗଲ ସୁରକ୍ଷା କମିଟି ବୈଠକ

ଜଙ୍ଗଲ ସୁରକ୍ଷା କମିଟି ବୈଠକ

354
ADVERTISEMENT

ଫୁଲବାଣୀ,୮/୧୧ (ଡି.ଏଚ/ପ୍ରଶାନ୍ତ କୁମାର ପାତ୍ର) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ପବିଙ୍ଗିଆ ପଞ୍ଚାୟତର ଲାମ୍ବପଦର ଠାରେ ବନବିଭାଗ ପକ୍ଷରୁ ବନଧିକାରୀ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ଵରେ ଜଙ୍ଗଲ ସୁରକ୍ଷା କମିଟି ଦ୍ଵାରା ଏକ ବୈଠକ ଅନୁଷ୍ଠିତ ହୋଇଅଛି। ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ ଉପଖଣ୍ଡ ବନ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରାଙ୍କର କରକମଳରେ ବନ ବିଭାଗ ତରଫରୁ ହୋଇଥିବା ବୈଠକ ଗୃହକୁ ଉଦ୍ଘାଟନ କରି ଗୃହ ପ୍ରବେଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସରପଞ୍ଚ ପ୍ରମିଳା କହଁର, ସଭାପତି ଟୁନିଆ କହଁର, ବନାଞ୍ଚଳ ସରୋଜ ମିଶ୍ର (ବନ୍ଧଗଡ଼) ବନାଞ୍ଚଳ ଆଶିକ ଦିଗାଳ (ଫିରିଙ୍ଗିଆ) ବନାଞ୍ଚଳ (ଯୁଧିଷ୍ଠିର ବେହେରା) ଓ ଅଞ୍ଚଳ ବାସୀ ଉପସ୍ଥିତି ରହି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୂଖ୍ୟ ଅତିଥି ବନର ସୁରକ୍ଷା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା , ଜୀବ ଜନ୍ତୁଙ୍କ ସୁରକ୍ଷା, ପରିବେଶ ସନ୍ତୁଳନ ଆଦି ବିଷୟରେ ବୁଝାଇ ଥିଲେ। କମିଟିର ବିଜ୍ଞ ବ୍ୟକ୍ତି ମନେ ଜଙ୍ଗଲ ସୁରକ୍ଷା ବଷୟରେ ମତ ଦେଇଥିଲେ ଓ ଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟକ୍ରମକୁ ସମାପନ କରିଥିଲେ।

Advertisement