Tuesday, September 8, 2026
ADVERTISEMENT
Home କନ୍ଧମାଳ ଏକଲବ୍ୟ ଆବାସିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଏକଲବ୍ୟ ଆବାସିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

445
ADVERTISEMENT

କନ୍ଧମାଳ,୭/୧୧ (ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗ ପଞ୍ଚାୟତରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଆର୍ଥିକ ବର୍ଷ 2019-2020ର ବାର୍ଷିକ କ୍ରୀଡ଼ା 4,5ରେ ଅନୁଷ୍ଠିତ ହୋଇଥିଲା ।ଏହି ଉତ୍ସବକୁ ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ରାଜେନ୍ଦ୍ର କୁମାର ରଞ୍ଜିତ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ବିଦ୍ୟାଳୟର ଅଧକ୍ଷ ବି ସାଇରମ ପାତ୍ର ଅଧକ୍ଷତା କରିଥିଲେ, ଏଥିରେ ମୁଖ୍ୟତ ଖୋଖୋ, କବାଡି, ଫୁଟବଲ, 100,200ମିଟର ଦୌଡ଼, 400ଫୁଟ ଲମ୍ବାଦିଆ, ସଟଫୁଟ, ଡ଼ିସକସ ଥ୍ରୋ, ଭାଗଡ଼ିଆଁ ଖେଳାଯାଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର 400ଛାତ୍ରଛାତ୍ରୀ ବିଭିନ୍ନ ଖେଳରେ ଭାଗ ନେଇଥିଲେ ଏହି କ୍ରୀଡ଼ା ପ୍ରତିଯୋଗିତାରେ ସ୍କୁଲର କ୍ରୀଡ଼ା ଶିକ୍ଷକ ସୁଜିତ କୁମାର ମିଶ୍ର, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିବା ସହ ସହଯୋଗ କରିଥିଲେ ଜୟକିଶୋର ପ୍ରଧାନ ସାମାଜିକ ବିଜ୍ଞାନ ଶିକ୍ଷକ ମଞ୍ଚ ପରିଚାଳନା କରିଥିବା ସହ ବିଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିବା କୃତତ୍ବ ଛାତ୍ର ଛାତ୍ରୀ ରାଜ୍ୟ ସ୍ତରୀୟ ଆବାସିକ ବିଦ୍ୟାଳୟର କ୍ରୀଡ଼ା ଉତ୍ସବରେ ଭାଗନେବେ ବୋଲି ସ୍କୁଲର ଅଧକ୍ଷ ସାଇରମ ପାତ୍ର କହିଥିଲେ ।

Advertisement