ବାଲିଗୁଡ଼ା,୦୩/୧୧ (ଡି.ଏଚ/ଟିକି ଦଣ୍ଡିଆ) : ରାଜ୍ୟ ସରକାରଙ୍କ ଘୋଷଣା ପରେ ପରିବହନ ବିଭାଗ ତରଫରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରତି ରବିବାର ଦିନ ଆବେଦନ କରିବା ନିମନ୍ତେ ଘୋଷଣା କରାଯାଇଥିଲା ।ଏହି ଅଫିସରେ ବାଲିଗୁଡ଼ା ଉପଖଣ୍ଡ ତରଫରୁ ବହୁ ଲୋକଙ୍କ ଭିଡ଼ ଜମିବାର ଦେଖିବାକୁ ମିଳିଥିଲା । ଲୋକଙ୍କ କହିବା ହେଲା ଆଉ ଗୋଟିଏ ସେଣ୍ଟର ଖୋଲା ହେଲେ ଭଲ ହୁଅନ୍ତା ଆସିଥିବା ଦୂରଦୂରାନ୍ତରୁ ଲୋକ ଅଭିଯୋଗ କରିଥିଲେ ।






















