କେ ନୂଆଗାଁ,୨/୧୧(ଡି.ଏଚ /ପ୍ରଶାନ୍ତ କୁମାର ନାୟକ) : ଦୁର୍ଗାପୂଜା କମିଟି ଏବଂ ମା ପାଟଖଣ୍ଡା ମନ୍ଦିର ପୂଜା କମିଟି ତରଫରୁ କାଳୀପୂଜା ଭସାଣି କାର୍ଯ୍ୟକ୍ରମ ଅତି ଧୁମ ଧାମରେ ପାଳିତ ହୋଇଛି । ଏହି ଭସାଣି କାର୍ଯ୍ୟକ୍ରମ ବାଲିଗୁଡ଼ା ବସଷ୍ଟାଣ୍ଡ ଠାରୁ ପିଡବ୍ଲୁଡ଼ି ଛକ ଏବଂ ଖଜୁରୀନାଳ ହୋଇ ବଡ଼ଗାଁ ପର୍ଯ୍ୟନ୍ତ ପରିକ୍ରମା କରାଯାଇଛି । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ଲୋକନାଥ ପାଢ଼ୀ, ସେକ୍ରେଟାରୀ ଶ୍ରୀନିବାସ ପାତ୍ର, ଭଗବତୀ ପ୍ରସାଦ ସାବତ, କମିଟି ସମସ୍ତ ସଭ୍ୟ ଉପସ୍ଥିତ ରହିବା ସହ ବହୁ ଭକ୍ତ ବୃନ୍ଦ ଯୋଗଦେଇଥିଲେ ।





















