ADVERTISEMENT
Home କନ୍ଧମାଳ ଶତାଧିକ କର୍ମୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ପ୍ରାର୍ଥୀ ପତ୍ର ନାମାଙ୍କନ

ଶତାଧିକ କର୍ମୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ପ୍ରାର୍ଥୀ ପତ୍ର ନାମାଙ୍କନ

390
ADVERTISEMENT

ବାଲିଗୁଡ଼ା୨/୧୧.(ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକରେ ଖାଲି ପଡ଼ିଥିବା ସାଇନପଡ଼ା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ପତ୍ର ନାମାଙ୍କନ ପାଇଁ ଘୋଷଣା ହୋଇଥିଲା ଆଜି ପ୍ରଥମ କରି ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ କରିଥିଲେ ଏହି ନାମାଙ୍କନ ସାଇନପଡ଼ା ପଞ୍ଚାୟତର ବଳରାମ ମଲିକ କରିଥିଲେ। ସେ ଆଜି ତାଙ୍କ ପଞ୍ଚାୟତର ଶତାଧିକ କର୍ମୀ ଓ ଜନସାଧାରଣଙ୍କୁ ସାଥିରେ ଆଣି କେ. ନୂଆଗାଁ ବ୍ଲକ ଅଫିସ ବିଡ଼ିଓ ମନୋଜ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ନାମାଙ୍କନ କରିଥିଲେ । ଏହି ନାମାଙ୍କନ ବେଳେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ମୋହନ ପାଣିଗ୍ରାହୀ, କେ. ନୂଆଗାଁ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା, ସହଦେଵ ପାତ୍ର, ନିରଞ୍ଜନ ବିଶୋଇ, ରଜନୀ ସାହୁ, ପ୍ରମୋଦ, ବହୁ କର୍ମୀ ଯୋଗ ଦେଇଥିଲେ ।

Advertisement