ADVERTISEMENT
Home ଜିଲ୍ଲା କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

326
ADVERTISEMENT

ପୁରୀ,୨୫/୧୦(ଡ଼ି.ଏଚ) : ପୁରୀ ସଦର କନିଷ୍ଠ ଯନ୍ତ୍ରୀଙ୍କ ପୈତୃକ ଘର ବେତନଟୀ ଆନନ୍ଦ ବଜାରରେ ଗୁରୁବାର ଭିଜିଲାନ୍ସ ଆକସ୍ମିକ ଚଢ଼ାଉ କରିଛି। ପୁରୀ ସଦର କନିଷ୍ଠ ଯନ୍ତ୍ରୀ ଗଗନ କୁମାର ବିନ୍ଧାଣୀ ଭୁବନେଶ୍ୱର ଭିଜିଲାନ୍‌ସ ଦ୍ଵାରା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି।

ବାଲେଶ୍ୱର ଭିଜିଲାନ୍‌ସ ଏସପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶକ୍ରମେ ଇନ୍‌ସପେକ୍ଟର ସତ୍ୟାନନ୍ଦ ଘଡେଇ, ଏସଆଇ ନମିତା ନାୟକ, ମଙ୍ଗଲ ହେମ୍ବ୍ରମ, ବାସୁଦେବ ଅଧିକାରୀ, ବେତନଟୀ ବ୍ଲକ ସହକାରୀ ଯନ୍ତ୍ରୀ ଶରତଚନ୍ଦ୍ର ଭୋଈ, କ୍ୟାସିଅର ଦୀଲ୍ଲିପ କୁମାର ପାତ୍ର ପ୍ରମୁଖ ଚଢାଉରେ ସାମିଲ ଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ପୈତୃକ ସମ୍ପତ୍ତିର ଆକଲନ ଚାଲିଛି।

Advertisement