Thursday, November 5, 2026
ADVERTISEMENT
Home କନ୍ଧମାଳ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

362
ADVERTISEMENT

ବାଲିଗୁଡା,୨୩/୧୦(ଡି.ଏଚ/ସୁରେଶ ପଣ୍ଡା ) : ବାଲିଗୁଡା ବ୍ଲକ  କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ସ୍ଥାନୀୟ ବ୍ଲକ କଲୋନୀ ଉ ପ୍ରା ବିଦ୍ୟାଳୟଠାରେ ସିଆରସିସି ଅମୂଲ୍ୟ କୁମାର ନାୟକଙ୍କ ତତ୍ୱାବଧାନରେ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୧୧୨ ଜଣ ପ୍ରତିଯୋଗୀ  ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର ପ୍ରତିଭାକୁ ପ୍ରତିପାଦନ କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବେ ବାଲିଗୁଡା ବି ଇ ଓ  ଚିତରଞ୍ଜନ ତ୍ରିପାଠୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l  ସମ୍ମାନୀତ ଅତିଥି ଭାବେ କାଳୀଚରଣ ମହାପାତ୍ର, ରାଜ କିଶୋର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆରତ ଚନ୍ଦ୍ର ଖଟୁଆ  ସଭାପତିତ୍ୱ କରିଥିଲେ l ଏହି ଉତ୍ସବରେ ଅଭିଜ୍ଞ ତଥା ଅବସର ପ୍ରାପ୍ତ ଶିକ୍ଷକ ରାଜ କିଶୋର ସାହୁ,ଶରତ ଚନ୍ଦ୍ର ଜେନା, ଅଶୋକ କୁମାର ପାତ୍ର ,କାଳିଚରଣ ମହାପାତ୍ର,  ସୁବାସ ଚନ୍ଦ୍ର ପାଢୀ,ଅଖିଳ କୁମାର ସାମଲ, ପିତବାସ ନାୟକ ଏବଂ ଅନ୍ୟ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ l ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ଏବଂ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲାl ଶେଷରେ  ଶିଶିର କାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement