Wednesday, September 23, 2026
ADVERTISEMENT
Home ଜିଲ୍ଲା ପର୍ଯ୍ୟାଟନ ମନ୍ତ୍ରୀଙ୍କ ରାୟଗଡା ଜିଲ୍ଲା ଗସ୍ତ

ପର୍ଯ୍ୟାଟନ ମନ୍ତ୍ରୀଙ୍କ ରାୟଗଡା ଜିଲ୍ଲା ଗସ୍ତ

452
ADVERTISEMENT

ରାୟଗଡା,୨୩/୧୦(ଡି.ଏଚ/ସୁଶାନ୍ତ ମହାରଣା) : ରାୟଗଡାରେ ପର୍ଯ୍ୟାଟନ ଶିଳ୍ପର ବିକାଶ ପାଇଁ ଉଦ୍ୟମ କରାଯିବ। ଆଜି ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ରାଜ୍ୟ ପର୍ଯ୍ୟାଟନ ମନ୍ତ୍ରୀ ଜୋତି ପ୍ରକାଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଜୋତି ପ୍ରକାଶ ପାଣିଗ୍ରାହୀ ପ୍ରଥମେ ରାୟଗଡା ସଦର ବ୍ଲକର ଭାକୁରିଗୁଡା ସେବାଶ୍ରମ ସ୍କୁଲ ଗସ୍ତ କରି କର୍ତ୍ତୃପକ୍ଷ ହାତକୁ ନେଉ ଥିବା ବିଭିନ୍ନ ଶିକ୍ଷା ଭିର୍ତ୍ତିକ ଖସଡ଼ା ଅନୁଧ୍ୟାନ କରିଥିଲେ। ପରେ ରାୟଗଡା ସହରର ଉପକଣ୍ଠରେ ଥିବା ପ୍ରେମ ପାହାଡ଼ ମନ୍ତ୍ରୀ ବୁଲି ଦେଖିଥିଲେ ।

ଉକ୍ତ ପାହାଡ ଏବେ ଜିଲ୍ଲା ତଥା ଜିଲ୍ଲା ବାହାରେ ପର୍ଯ୍ୟାଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟି ଥିବା ବେଳେ ଏହାର ଉନ୍ନତି ପାଇଁ ପର୍ଯ୍ୟାୟକ୍ରମେ ଉଦ୍ୟମ କରାଯିବ ବୋଲି କହିଥିଲେ। ସେହିପରି ପୁରୀ, କୋଣାର୍କ ଅଚିଲିକ ପର୍ଯ୍ୟଟନ ବିକାଶ ଉପରେ ଯେମିତି ରାଜ୍ୟ ସରକାର ଯେମିତି ଗୁରୁତ୍ୱ ଦେଉଛନ୍ତି । ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ମଧ୍ୟ ପର୍ଯ୍ୟଟନର ବିକାଶ ହୋଇ ପାରିବ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ପରେ ଜିଲ୍ଲା ପର୍ଯ୍ୟଟନ ଶିଳ୍ପ ଉପରେ ମନ୍ତ୍ରୀ ଜୋତି ପ୍ରକାଶ ପାଣିଗ୍ରାହୀ ସମୀକ୍ଷା କରିଥିଲେ ।

Advertisement