Tuesday, September 8, 2026
ADVERTISEMENT
Home କନ୍ଧମାଳ ନବୀନଙ୍କ ଜନ୍ମଦିନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ନବୀନଙ୍କ ଜନ୍ମଦିନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

398
ADVERTISEMENT

କନ୍ଧମାଳ,୧୬/୧୦ (ଡି.ଏଚ/ସୁରେଶ କୁମାର ପଣ୍ଡା) : ସାରା ରାଜ୍ୟରେ ବିଜେଡି ସୁପ୍ରିମୋଙ୍କ ଆହ୍ୱାନ କ୍ରମେ ଜିବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ । ବାଲିଗୁଡ଼ା ବିଧାନସଭା ମଣ୍ଡଳୀର ସଦରମହକୁମା ସ୍ଥିତ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଜିବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ପୁର୍ବତନ ବିଧାୟକ ରାଜିବ ପାତ୍ର , ବାଲିଗୁଡ଼ା ଏନ୍ଏ.ସିର ଉପାଧକ୍ଷ ଲୋକନାଥ ପାଢ଼ୀ,ସୁଜିତ କୁମାର ପାଳ, ଜ଼ିଲ୍ଲା ପରିଷଦ ସଭ୍ୟା ସୁଜତା ଡିଗାଲ, ରାଜେନ୍ଦ୍ର ଡିଗାଲ, କୋଟଗଡ଼ ବ୍ଲକର ସାଂସଦ ପ୍ରତିନିଧି ମନୋଜ ସାବତ, ବାଲିଗୁଡା ଆଦିବାସୀ କଲେଜର ଛାତ୍ରଛାତ୍ରୀ ବହୁ ବରିଷ୍ଠ ବିଜେଡି କର୍ମୀ, ଯୁବ କର୍ମୀ ନୂଆଗାଁ ବ୍ଲକର ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା ଯୁବ କର୍ମୀ, ବାଲିଗୁଡା ପୂର୍ଵତନ ନାଏବ ସରପଞ୍ଚ ଶ୍ୟାମ ସୁନ୍ଦର ଦାଶଙ୍କ ଉପସ୍ଥିତରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ବେଜେଡି କର୍ମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ସେଛାକୃତ ଭାବେ ଏଥିରୁ ୮୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ଏଥିରେ ସ୍ବେଛାକୃତ ଭାବେ ରକ୍ତଦାନ ଶିବିରରେ ଭାଗ ନେଇଥିଲେ । ଏହି ଶିବିରରେ ସ୍ବେଛାକୃତ ଭାବେ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟ ବିଭାଗର ଡାକ୍ତର ଶ୍ରୀ ସୁର ଓ ଟେକ୍ନିସିଆନ ବଳରାମ ଗୌଡ଼ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।

Advertisement