ନୂଆଦିଲ୍ଳୀ,(ଏଜେନ୍ସି ): ଦିନକୁ ଦିନ ପିଆଜ ଦର ବଢ଼ିବାରେ ଲାଗିଛି ଏହି ଦର ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। କାରଣ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ତରଫରୁ ପିଆଜ ରପ୍ତାନୀ ଆଇନରେ ସଂଶୋଧନ କରି ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି । ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରପ୍ତାନୀ ବନ୍ଦ କରିବାକୁ ସୂଚନା ଦେଇଛନ୍ତି ଗତ କିଛି ଦିନ ହେବ ପିଆଜ ଉତ୍ପାଦନ ବହୁଳ ରାଜ୍ୟ ଗୁଡ଼ିକରେ ବର୍ଷାର ବିଭିଷୀକା ଜାରି ରହିଛି। ତେଣୁ ବଜାରରେ ପିଆଜ ଦର ଅହେତୁକ ଭାବେ ବଢି ଚାଲିଛି। ଆଉ ବେଆଇନ୍ ଭାବେ ବିକ୍ରି ହେଉଥିବା ପିଆଜ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଏପରିକି ପିଆଜ କିଲୋ କେଉଁଠି ୬୦ ଟଙ୍କା ତ ଆଉ କେଉଁଠି ୧୦୦ ଟଙ୍କା ଛୁଇଁଥିବା ଅଭିଯୋଗ ମଧ୍ୟ ହୋଇଥିଲା। ତେଣେ ଏହି ବୃଦ୍ଧି ଦରକୁ ରୋକ୍ ଲଗାଇବା ପାଇଁ ପିଆଜ ରପ୍ତାନୀ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ।ରାଜ୍ୟ ସରକାର ଏହା ଉପରେ ରୋକ୍ ଲଗାଇବାକୁ ପ୍ରୟାସ ଜାରି ରଖିଥିବା ବେଳେ ଏବେ କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ଉପରେ ରୋକ୍ ଲଗାଇବା ପାଇଁ ପିଆଜ ରପ୍ତାନୀ ଆଇନରେ ସଂଶୋଧନ ଆଣି ଏହା ଉପରେ ରୋକ୍ ଲାଗାଇଛନ୍ତି।




















