ବ୍ରହ୍ମପୁର,୨୮/୯(ଡି .ଏଚ) : ବର୍ତ୍ତମାନ ଭାରତ ବର୍ଷ ତଥା ସମଗ୍ର ବିଶ୍ୱରେ ମେଦ ବହୁଳତା ବ୍ୟାପକ ଭାବରେ ବଢିଚାଲିଛି । ଏହି ପାଇଁ ଲୋକେ ଜୀବନ ଶୈଳୀ ଅବ୍ୟବସ୍ଥା ଜନିତ ରୋଗ ଯଥା ମଧୁମେୟ ,ଉଚ୍ଚ ରକ୍ତଚାପ, ହୃଦୟ ରୋଗର ସମସ୍ୟାରେ ଅଳ୍ପ ବୟସରେ ଆକ୍ରାନ୍ତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଲଣ୍ଡନ ସ୍ଥିତ ବିଶ୍ୱ ମେଦବହୁଳତା ମହାସଂଘ ଏବଂ ମେକ୍ସିକୋ ମେଦବହୁଳତା ସମାଜର ଯୁଗ୍ମ ଅନୁକୁଲ୍ୟରେ ସ୍କୋପ୍(scope) ସମ୍ମିଳନୀ ମେକ୍ସିକୋ ସ୍ଥିତ ମଣ୍ଚେରେ (monterrey) ୨୬ ସେପ୍ଟେମ୍ବର ୨୦୧୯ ରେ ଆୟୋଜିତ ହୋଇଯାଇଛି ।

ବ୍ରହ୍ମପୁର ସ୍ଥିତ ଡାଇବେଟିସ ଏଣ୍ଡ ଏଣ୍ଡୋକେୟାର କ୍ଲିନିକରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡ଼ଃ ସୁନୀଲ କୁମାର କୋଟ, ସମ୍ମାନସ୍ପଦ ସ୍କୋପ ସ୍କୋଲାରସିପରେ ପୁରସ୍କୃତ ହେବ ସହ ମେଦ ବହୁଳତା ଏବଂ ତତ୍ ଜନିତ ଆନୁସଙ୍ଗିକ ପାର୍ଶ୍ୱ ପ୍ରତିକ୍ରିୟା ଯଥା ମଧୁମେହ,ଉଚ୍ଚ ରକ୍ତଚାପ, , ହୃଦୟ ଏବଂ ଥାଇରଏଡ ,ଆଦି ସମସ୍ୟା ସମ୍ୱନ୍ଧୀୟ ନିଜ ଗବେଷଣା ବିଶ୍ୱ ଦରବାରରେ ଉପସ୍ଥିତ କରିବା ପାଇଁ ଆମନ୍ତ୍ରିତ ହୋଇଥିଲେ । ଡ଼ଃ ସୁନୀଲ କୋଟାଙ୍କ ମେଦବହୁଳତା ସମ୍ୱନ୍ଧୀୟ 10ଟି ବୈଜ୍ଞାନିକ ପ୍ରକାଶନ ଏବଂ 2ୟ ଅଧ୍ୟୟ ଲେଖନ ରହିଛି । ପୃଥିବୀ ସାରା ସମୁଦାୟ 200 ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ । ଏହି କ୍ଷେତ୍ରରେ ପ୍ରାୟ 50ଜଣ ଡାକ୍ତର ଏହି ସ୍କୋପ ସ୍କଲାରସିପ୍ ରେ ପୁରସ୍କୃତ ହୋଇଥିଲେ । ସ୍କୋଲାରସିପ ପ୍ରାପ୍ତ ଡ଼ଃ କୋଟା ଏକମାତ୍ର ଭାରତୀୟ ଡାକ୍ତର ରୂପେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।ଓଡିଶା ତଥା ଭାରତ ବର୍ଷର ନାନା ଡାକ୍ତର,ବିଭିନ୍ନ ସଂସ୍ଥା ତଥା ସମାଜର ନାନା ବର୍ଗର ଲୋକେ ଡ଼ଃ କୋଟାଙ୍କୁ ଏହି ସ୍କଲାରସିପ ପାଇଁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଥିଲେ ।




















