Friday, November 20, 2026
ADVERTISEMENT
Home ଜାତୀୟ ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତି, ଏହି ତାଲିକାରେ ଅନ୍ୟ କିଛି ମାନ୍ୟ...

ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତି, ଏହି ତାଲିକାରେ ଅନ୍ୟ କିଛି ମାନ୍ୟ ଗଣ୍ୟ ଅଛନ୍ତି

259
ADVERTISEMENT

ନୂଆଦିଲ୍ଲୀ,ଡ଼ି.ଏଚ,୨୬/୯ ,(ଏଜେନସି ): ଲୋକପ୍ରିୟତାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ଆଗରେ ରହିଛନ୍ତି । ତାଙ୍କୁ ଦେଶର ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତି ବୋଲି କୁହାଯାଇଛି । ସର୍ଭେ ଏଜେନ୍ସି ୟୁ-ଗଭ୍ ପକ୍ଷରୁ କରାଯାଇଥିବା ସର୍ଭେକ୍ଷଣରୁ ଏହା ଜଣାଯାଇଛି। ୟୁ-ଗଭ୍ ପକ୍ଷରୁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଅଲଗା ଅଲଗା ଶ୍ରେଣୀରେ ୪୧ଟି ଦେଶର ୪୨ହଜାର ଲୋକଙ୍କୁ ନେଇ ଏହି ସର୍ଭେକ୍ଷଣ କରାଯାଇଥିଲା ।
ଏହାର ଫଳାଫଳ ଅନୁଯାୟୀ ପୁରୁଷ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀର୍ଷରେ ରହିଥିବା ବେଳେ ମହିଳାଙ୍କ ତାଲିକାରେ ବକ୍ସର ମାରିକମ ଆଗରେ ଅଛନ୍ତି । ସର୍ଭେରେ ମୋଦୀଙ୍କୁ ୧୫.୬୬ ପ୍ରତିଶତ ଓ ମାରିକମଙ୍କୁ ୧୦.୩୬ ପ୍ରତିଶତ ନମ୍ବର ମିଳିଥିବା କୁହାଯାଇଛି । ଏଥିରେ ପୁରୁଷଙ୍କ ତାଲିକାର ଦୁଇ ନମ୍ବରରେ ଅଛନ୍ତି ଜଣାଶୁଣା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ । ମହେନ୍ଦ୍ର ସିଂ ଧୋନୀଙ୍କୁ ୮.୫୮ ପ୍ରତିଶତ ନମ୍ବର ମିଳିଛି । ପୁରୁଷ ତାଲିକାରେ ତୃତୀୟ ସ୍ଥାନରେ ରତନ ଟାଟା ଥିବା ବେଳେ ଚତୁର୍ଥ ସ୍ଥାନରେ ବାରାକ ଓବାମା ରହିଛନ୍ତି ।
ପଞ୍ଚମ ସ୍ଥାନରେ ବିଲ୍ ଗେଟସ୍ ଓ ଷଷ୍ଠ ସ୍ଥାନରେ ଅମିତାଭ ବଚ୍ଚନ ରହିଛନ୍ତି । ସପ୍ତମ ସ୍ଥାନରେ ସଚିନ ତେନ୍ଦୁଲକର ଓ ଅଷ୍ଟମରେ ବିରାଟ କୋହଲି ରହିଛନ୍ତି । ନବମ ସ୍ଥାନରେ ଶାହରୁଖ୍ ଖାନ ଏବଂ ଦଶମ ସ୍ଥାନରେ ରହିଛନ୍ତି ଜାକି ଚାନ୍ । ମହିଳାଙ୍କ ତାଲିକାରେ ମାରିକମଙ୍କ ପରେ ଦ୍ୱିତୀୟ ସ୍ଥାନରେ କିରଣ ବେଦୀ ଓ ତୃତୀୟ ସ୍ଥାନରେ ଲତା ମଙ୍ଗେସକର ରହିଥିବା ବେଳେ ଚତୁର୍ଥ ସ୍ଥାନରେ ଦିବଙ୍ଗତ ସୁଷମା ସ୍ବରାଜ ଏବଂ ପଞ୍ଚମ ସ୍ଥାନରେ ଦୀପିକା ପାଦୁକୋନ୍ ଅଛନ୍ତି ।

Advertisement