ଶିକାର ଖୋଜିଖୋଜି ସହର ଭିତରକୁ ପଶି ଆସିଥିଲେ ୭ଟି ସିଂହ

264
ADVERTISEMENT

ଗୁଜୁରାଟ,୧୫/o୯(ଏଜେନସି ) : ଗୁଜୁରାଟର ଜୁନାଗଡ଼ ସଡ଼କରେ ୭ଟି ସିଂହ ବୁଲୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଅଞ୍ଚଳରେ ବୁଧବାର ପ୍ରବଳ ବର୍ଷା ହେବାପରେ ସିଂହମାନଙ୍କ ଏକ ଦଳ ଜଙ୍ଗଲରୁ ବାହାରି ସଡ଼କକୁ ଚାଲି ଆସିଥିଲେ। ସିଂହଙ୍କୁ ଏଭଳି ଅବସ୍ଥାରେ ବୁଲୁଥିବା ଦେଖି ଭାରତୀ ଆଶ୍ରମର ଜଣେ ବ୍ୟକ୍ତି ଏହି ଭିଡିଓ ବନାଇ ଥିଲେ। ଏହି ଭିଡିଓକୁ ସେ ସେୟାର କରିଥିଲେ। ଯାହାକୁ ଦେଖିବା ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା।
ଭିଡିଓକୁ ଦେଖି ବନବିଭାଗ ପକ୍ଷରୁ ପ୍ରକାଶ, ପ୍ରବଳ ବର୍ଷା ସମୟରେ ଶିକାର ଖୋଜିବା ପାଇଁ ସିଂହ ମଣିଷ ରହୁଥିବା ସ୍ଥାନକୁ ଚାଲି ଆସି ଥାଆନ୍ତି। ଯାହାକି ମନୁଷ୍ୟ ପାଇଁ ବିପଦପୂର୍ଣ୍ଣ ରହିଥାଏ। ଏମିତିରେ ଲୋକେ ଏହି ଭିଡିଓକୁ ଦେଖି ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ ଜଙ୍ଗଲ ଭିତରୁ ବାହାରି ଆସିଥିବା ୭ଟି ସିଂହ କାହାରି କିଛି କ୍ଷତି ନକରି ପୁଣି ଜଙ୍ଗଲ ଭିତରକୁ ଚାଲି ଯାଇଥିବା ଅନୁମାନ କରାଯାଉଛି ।

Advertisement