Saturday, November 21, 2026
ADVERTISEMENT
Home ଜାତୀୟ ଏକକ ଦେୱାନି ସଂହିତା ସପକ୍ଷରେ ସୁପ୍ରିମକୋର୍ଟ

ଏକକ ଦେୱାନି ସଂହିତା ସପକ୍ଷରେ ସୁପ୍ରିମକୋର୍ଟ

265
ADVERTISEMENT

ନୂଆଦିଲ୍ଲୀ,୧୪/o୯(ରବି ଦାସ ) : ଭାରତରେ ଏକକ ଦେୱାନି ସଂହିତା (ୟୁସିସି) ପ୍ରସ୍ତୁତ କରିବା ସପକ୍ଷରେ ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି । ୧୯୮୨ରେ ଏନେଇ ପ୍ରୋତ୍ସାହନ ଦେବା ସତ୍ତ୍ୱେ ସେବେଠୁ ଲକ୍ଷ୍ୟ ହାସଲ ଦିଗରେ ଅଦ୍ୟାବଧି କିଛି ଉଦ୍ୟମ ହୋଇନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏକ ସମ୍ପତ୍ତି ବିବାଦ ମାମଲାର ୩୧ ପୃଷ୍ଠା ସମ୍ବଳିତ ରାୟ ଦେବାବେଳେ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କେତେକ ନିର୍ଦ୍ଦିଷ୍ଟ ସୀମିତ ଅଧିକାରର ସୁରକ୍ଷାକୁ ବାଦ୍‌ ଦେଲେ ୟୁସିସି ସବୁ ରାଜ୍ୟରେ ଲାଗୁ କରାଯାଇପାରିବ। ଗୋଆ ହେଉଛି ଏହାର ଏକ ‘ଉଜ୍ଜ୍ୱଳ ଦୃଷ୍ଟାନ୍ତ’। ଦେଶର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଗୋଆବାସୀଙ୍କ ସମ୍ପତ୍ତି ସମ୍ପର୍କିତ ଉତ୍ତରାଧିକାର ଓ ଦାୟ ଅଧିକାର ପର୍ତ୍ତୁଗୀଜ୍‌ ସିଭିଲ୍‌ କୋଡ୍‌, ୧୮୬୭ ଅନୁସାରେ ନିୟନ୍ତ୍ରିତ ହେବ।

Advertisement