‘ଓଲା-ଉବେର’ ଭଳି ଭଡ଼ାରେ ମିଳିବ ଟ୍ରାକ୍ଟର ଓ କୃଷି ସରଞ୍ଜାମ, ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ସିଏଚ୍‌ସି ଫାର୍ମ ମେସିନାରି ଆପ୍‌

234
ADVERTISEMENT

ନୂଆଦିଲ୍ଲୀ,୧୩/o୯(ରବି ଦାସ ) : ଏଣିକି ଓଲା-ଉବର ଭଳି ଚାଷୀଙ୍କୁ ଭଡ଼ାରେ ଅନ୍‌ଲାଇନ୍‌ରେ ଟ୍ରାକ୍ଟର ସହିତ ଅନ୍ୟ କୃଷି ସରଞ୍ଜାମ ଯୋଗାଇ ଦିଆଯିବ । ସିଏଚ୍‌ସି ଫାର୍ମ ମେସିନାରି ଆପ୍‌ ଦ୍ୱାରା ଏହା ସମ୍ଭବ ହୋଇ ପାରିବ। ଏହି ଆପ୍‌ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍‌ କରିହେବ। ଏହା ୧୨ଟି ଭିନ୍ନ ଭିନ୍ନ ଭାଷାରେ ଉପଲବ୍ଧ ହେବ। ଏଥିପାଇଁ ଦେଶରେ ୩୫ ହଜାର କଷ୍ଟମ୍‌ ହାୟରିଙ୍ଗ୍‌ ସେଣ୍ଟର ସ୍ଥାପିତ କରାଯିବ। ଏସବୁ ସେଣ୍ଟର ଦ୍ୱାରା ବାର୍ଷିକ ୨ ଲକ୍ଷ ୫୦ ହଜାର କୃଷି ଉପକରଣ ଭଡ଼ାରେ ଦିଆଯାଇପାରିବ ବୋଲି କୁହାଯାଉଛି।

Advertisement