Saturday, November 21, 2026
ADVERTISEMENT
Home ଜାତୀୟ ଆକାଶମାର୍ଗରୁ ପାକିସ୍ତାନର କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଛି ଭାରତୀୟ ବାୟୁସେନାର ‘ନେତ୍ର’, ୪୫୦ କିମି...

ଆକାଶମାର୍ଗରୁ ପାକିସ୍ତାନର କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଛି ଭାରତୀୟ ବାୟୁସେନାର ‘ନେତ୍ର’, ୪୫୦ କିମି ଦୂରରୁ ଶତ୍ରୁର ବିମାନ, ମିସାଇଲକୁ ଠାବ କରିପାରିବ

348
ADVERTISEMENT

ନୂଆଦିଲ୍ଲୀ,୧୨/o୯(ରବି ଦାସ ) : କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସହିତ ତିକ୍ତତା ବଢିଚାଲିଥିବାବେଳେ ସୀମାରେ ପାକିସ୍ତାନ ସେନାର କାର୍ଯ୍ୟକଳାପ ବଢିଯାଇଛି । ନିୟନ୍ତ୍ରଣ ରେଖା ସେପଟେ ପାକିସ୍ତାନ ପକ୍ଷରୁ ସେନା ଓ ଗୋଳାବାରୁଦ ଠୁଳ କରାଯାଉଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ଭାରତ ସତର୍କ ହୋଇଯାଇଛି । ସୀମାରେ ପାକିସ୍ତାନର କାର୍ଯ୍ୟକଳାପ ଉପରେ କଡା ନଜର ରଖାଯାଇଛି । ଏଥିପାଇଁ ବାୟୁସେନା ପକ୍ଷରୁ ଏୟାରବୋର୍ନ ଆର୍ଲି ଓ୍ଵାର୍ଣ୍ଣିଂ ଏଣ୍ଡ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ‘ନେତ୍ର’କୁ ନିୟୋଜିତ କରାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୨ୟ ନେତ୍ରକୁ ଗତକାଲି ପଂଜାବର ଭଟିଣ୍ଡା ଏୟାରବେସଠାରେ ଡିଆରଡିଓ ପକ୍ଷରୁ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା । ଏହାକୁ ପାକିସ୍ତାନୀ ସୀମା ନିକଟରେ ମୁତୟନ କରାଯାଇଛି । ଆକାଶରେ ରହି ଏହା ଭାରତୀୟ ବାୟୁସେନାର ନେତ୍ର ବା ଆଖି ଭାବରେ କାମ କରୁଛି । ବିଶେଷଜ୍ଞମାନଙ୍କ ମତରେ ନେତ୍ର ପ୍ରାୟ ୪୫୦ କିମି ଦୂରରୁ ନିଜର ଇନଫ୍ରାରେଡ୍‌ ଡିଟେକ୍ସନ କାପାବିଲିଟି ଜରିଆରେ ଶତ୍ରୁପକ୍ଷର ମିସାଇଲ ବା ବିମାନକୁ ଚିହ୍ନଟ କରିପାରିବ । ଗତ ଫେବ୍ରୁଆରୀ ମାସରେ ବାୟୁସେନା ପକ୍ଷରୁ ହୋଇଥିବା ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ବେଳେ ତଥ୍ୟ ସଂଗ୍ରହ ପାଇଁ ନେତ୍ରକୁ ନିୟୋଜିତ କରାଯାଇଥିଲା ।

Advertisement