ମୋଦି କିଷାନ ମାନଧନ ଯୋଜନାର ଶୁଭାରମ୍ଭ କଲେ : ଚାଷୀଙ୍କୁ ମିଳିବ ୩ ହଜାର ପେନସନ୍‌

470
ADVERTISEMENT

ନୂଆଦିଲ୍ଲୀ,୧୨/o୯(ରବି ଦାସ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଝାଡ଼ଖଣ୍ଡରେ କିଷାନ ମନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ମାସିକ ୩ ହଜାର ଟଙ୍କାର ପେନସନ୍‌ ମିଳିବ। ଝାଡ଼ଖଣ୍ଡରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରାଜ୍ୟରେ ଚାଷୀଙ୍କ ଲାଗି ଏହି ଯୋଜନା ଆରମ୍ଭ କରି ନିର୍ବାଚନୀ ବିଗୁଲ୍‌ ଫୁଙ୍କିଛନ୍ତି। ଏହି ଅବସରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ମହାରାଷ୍ଟ୍ର ଓ ହରିୟାଣା ସହିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Advertisement