ନୂଆଦିଲ୍ଲୀ, ୧୨/୬(ଏଜେନ୍ସି) : ପାକିସ୍ତାନ ଏବଂ ଆଫଗାନୀସ୍ତାନରୁ ଧୂଳିଝଡ଼ ଉତ୍ତର ଭାରତ ମୁହାଁ । ଏହା ବୁଧବାର ଅପରାହ୍ନ ସୁଦ୍ଧା ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ଉତ୍ତରଭାରତରେ ଆଲର୍ଟ ଜାରି ହୋଇଛି। ଧୂଳିଝଡ଼ ଯୋଗୁ ଆଗାମୀ ୨-୩ଦିନ ପ୍ରଭାବିତ ଅଞ୍ଚଳର ବାୟୁମଣ୍ଡଳରେ ଧୂଳିକଣା ବୃଦ୍ଧି ପାଇବାରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଆଶଙ୍କା କରାଯାଉଛି।