ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

275
ADVERTISEMENT

ନୂଆଦିଲ୍ଲୀ,୧o/o୯(ଏଜେନସି ) : ଭାରତର ଦକ୍ଷିଣ ଅଞ୍ଚଳରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିବା ଲାଗି ଯୋଜନା କରୁଛନ୍ତି। ଗୁଇନ୍ଦା ସୂତ୍ରରୁ ସେନାକୁ ମିଳିଥିବା ସୂଚନା ଅନୁଯାୟୀ ଗୁଜରାଟର ସର୍‌ କ୍ରିକ୍‌ ଅଞ୍ଚଳରୁ ପରିତ୍ୟକ୍ତ ଅବସ୍ଥାରେ କିଛି ନୌକା ମିଳିଛି। ଏହି ନୌକାରେ ଆତଙ୍କବାଦୀମାନେ ଆସିଥିବାର ସନ୍ଦେହ କରାଯାଉଛି । ତେଣୁ ଯେକୌଣସି ମୁହୂର୍ତ୍ତରେ ଦକ୍ଷିଣ ଭାରତୀୟ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଲେପ୍ଟନାଣ୍ଟ୍‌ ଜେନେରାଲ ଏସ୍‌କେ ସାଇନି ଆଜି ସୂଚନା ଦେଇଛନ୍ତି । ପରିସ୍ଥିତିର ମୁକାବିଲା ଲାଗି ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି ଏବଂ ସମଗ୍ର ଦକ୍ଷିଣ ଭାରତରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପାକିସ୍ତାନୀ କମାଣ୍ଡୋମାନେ ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ସମୁଦ୍ର ପଥ ଦେଇ ଗୁଜରାଟକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ କିଛି ଦିନ ତଳେ ସତର୍କ ସୂଚନା ଜାରି ହୋଇଥିବା ବେଳେ ଏବେ ପୁଣିଥରେ ଗୁଇନ୍ଦାର ଏହି ରିପୋର୍ଟକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । ସେନା ପକ୍ଷରୁ ସର୍‌ କ୍ରିକ୍‌ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

Advertisement