ପାକିସ୍ତାନ ସେନା: କଶ୍ମୀରରେ ହିଂସା ପାଇଁ ଷଡଯନ୍ତ୍ର ରଚୁଥିଲା

268
ADVERTISEMENT

ଶ୍ରୀନଗର,o୪/o୯(ଏଜେନସି) : ଭାରତୀୟ ସେନା ମଙ୍ଗଳବାର ଲସ୍କର-ଇ-ତୋଏବାର ୨ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏନେଇ ଚିନାର ସେନାର କମାଣ୍ଡର ଲେଫ୍‌ଟନାଣ୍ଟ ଜେନେରାଲ କେଜେଏସ୍‌ ଧିଲୋନ ଓ ଜମ୍ମୁ-କଶ୍ମୀରର ପୋଲିସ ଏଡିଜି ମୁନୀର ଖାନ ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କୁ ଅଗଷ୍ଟ ୨୨ତାରିଖ ବିଳମ୍ବିତ ରାତିରେ ବାରମୂଳାରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀ ହେଲେ ଖଲିଲ ଅହମ୍ମଦ ଓ ମେଜାମ ଖୋକର। ଏମାନେ ଲସ୍କର-ଇ-ତୋଏବା ସଂଗଠନ ସହ ଜଡିତ ଥିବା ବେଳେ ଖବରଦାତା ସମ୍ମିଳନୀରେ ସେମାନଙ୍କର ଭିଡିଓ ଜାରି କରାଯାଇଛି। ତେବେ ଘାଟିରେ ପାକିସ୍ତାନ ପକ୍ଷରୁ ପ୍ରବେଶ କରିବାକୁ ଉଦ୍ୟମ କରାଯାଉଥିବା ବେଳେ କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି ଆତଙ୍କବାଦୀ। ଆଉ ଏଥିପାଇଁ ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି ବୋଲି ଦୁଇ ଅଧିକାରୀ କହିଛନ୍ତି।

Advertisement