ଗୁରୁଦିବସ ଅବସରରେ ସମ୍ମାନିତ ହେବେ ୪୬ ଶିକ୍ଷକ

378
ADVERTISEMENT

ନୂଆଦିଲ୍ଲୀ,o୪/o୯(ରବି ଦାସ ) : ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ସେପ୍ଟେମ୍ବର ୫ରେ ପଡ଼ୁଥିବା ବେଳେ ସମଗ୍ର ଦେଶରେ ଏହି ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଛାତ୍ରୀଛାତ୍ରମାନେ ଗୁରୁଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଚଳିତ ଗୁରୁଦିବସ ଅବସରରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୪୬ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯିବ। ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ଦିଲ୍ଲୀ, ଗାଜିଆବାଦ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀରର କଠୁଆ, ପଞ୍ଜାବ, ଉତ୍ତରପ୍ରଦେଶର ବାରବାଙ୍କୀ ଓ ଉତ୍ତରାଖଣ୍ଡର ଡେରାଡୁନ ପ୍ରମୁଖ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କୁ ସମ୍ମାନିତ କରାଯିବ। ପ୍ରଥମ ଥର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସୈନିକ ସ୍କୁଲର ଶିକ୍ଷକମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଛତିଶଗଡ଼, ମୁମ୍ବାଇ ଓ ବେଙ୍ଗାଲୁରୁରେ ଥିବା ସୈନିକ ସ୍କୁଲର ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।

Advertisement