ନୂଆ ଟ୍ରାଫିକ୍‌ ନିୟମ ଲାଗୁ : ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶରେ ଏହାକୁ ନେଇ ବିବାଦ

263
ADVERTISEMENT

ନୂଆଦିଲ୍ଲୀ,୦୧/୦୯( ରବି ଦାସ ) : ସେପ୍ଟେମ୍ବର ୧ରୁ ସାରା ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହୋଇଛି। ମୋଟର ବାହନ ସଂଶୋଧନ ଅଧିନିୟମ ଅନୁସାରେ ୬୩ ନୂଆ ନିୟମ ଲାଗୁ କରାଯାଇଛି। ତେବେ ଏଥିରେ ଜରିମାନା ୧୦ଗୁଣା ବଢ଼ାଯାଇଥିବାରୁ ଏହାକୁ ଲାଗୁ କରିବାକୁ ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ରାଜ୍ୟ ମନା କରିଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଏହାକୁ ଲାଗୁ କରାଇବାକୁ ମନା କରିଥିବାବେଳେ ମଧ୍ୟପ୍ରଦେଶର କମଳନାଥଙ୍କ ସରକାର ଏବଂ ରାଜସ୍ଥାନର ଅଶୋକ ଗେହଲଟ୍‌ ସରକାର ଏହାକୁ ଗ୍ରହଣ କରିବାକୁ ମନା କରିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Advertisement