ସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ମନୋଜ ମୁକୁନ୍ଦ ନାରାଭାନେ

444
ADVERTISEMENT

ନୂଆଦିଲ୍ଲୀ,୦୧/୦୯( ରବି ଦାସ ) : ସେନାର ଉପମୁଖ୍ୟ ଦାୟିତ୍ୱ ନେଇଛନ୍ତି ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ। ସେ ଲେପ୍ଟନାଣ୍ଟ ଜେନେରାଲ ଦେବରାଜ ଅମ୍ବୁଙ୍କ ସ୍ଥାନ ନେଇଛନ୍ତି। ଅମ୍ବୁ ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିବା ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ସେ ଲେପ୍ଟନାଣ୍ଟ ଜେନେରାଲ ନାରାଭାନେ ଭାରତୀୟ ସେନା ଇଷ୍ଟର୍ଣ୍ଣ କମାଣ୍ଡେନ୍ ନେତୃତ୍ୱ ନେଉଥିଲେ। ନାରଭାନେ ୧୯୮୦ରେ ଶିଖ ଲାଇଟ ରେଜିମେଣ୍ଟର ୭ମ ବାଟାଲିୟନ କମିଶନ ପଦରୁ ନିଜ ସୈନ୍ୟ ଜୀବନ ଆରମ୍ଭ କରିଥିଲେ। ପରେ ସେ ପୂର୍ବୋତ୍ତର ଏବଂ ଜମ୍ମୁ-କାଶ୍ମର ଆତଙ୍କବାଦୀ ବିରୋଧୀ ଅଭିଯାନରେ ସକ୍ରିୟ ଥିଲେ। ଜମ୍ମୁ-କଶ୍ମୀରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲେପ୍ଟନାଣ୍ଟ ଜେନେରାଲ ନାରାଭାନେଙ୍କୁ ‘ସେନା ମେଡାଲ’ରେ ସମ୍ମାନିତ କରାଯାଇଥିଲା।

Advertisement