ଗୋଆ,୦୧/୦୯(ଏଜେନସି ) : ରନ୍ଓଏରେ ଏକ କୁକୁର ଥିବା କାରଣରୁ ଗୋଆ ବିମାନବନ୍ଦରରେ ରବିବାର ଏୟାର୍ ଏସିଆର ଏକ ବିମାନଟି ପାଖାପାଖି ୧ ଘଣ୍ଟା ବିଳମ୍ବ ହୋଇଛି। ଏୟାର୍ ଏସିଆ ବିମାନ ଆଇ୫-୭୭୮ ଟେକ୍ ଅଫ୍ ପାଇଁ ପାଖାପାଖି ସକାଳ ୮.୨୫ରେ ପ୍ରସ୍ତୁତ ଥାଏ। ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍(ଏଟିସି) ରନ୍ଓଏରେ କୁକୁର ଯାଉଥିବାର ଦେଖିବାକୁ ପାଇଥିଲେ। ଏଟିସି ଅଧିକାରୀମାନେ ଏ ସଂପର୍କରେ ତୁରନ୍ତ ପାଇଲଟ୍ଙ୍କୁ ସୂଚନା ଦେଇଥିଲେ। ପରେ କୁକୁରଟିକୁ ସେଠାରୁ ବାହାର କରାଯିବା ପରେ ବିମାନଟି ୯.୧୫ ସମୟରେ ଦିଲ୍ଳୀକୁ ଉଡ଼ାଣ ଭରିଥିବା ସୂଚନା ମିଳିଛି । ଏ ସଂପର୍କରେ ଭାରତୀୟ ନୌସେନାର ଟ୍ଵିଟର୍ ଆକାଉଣ୍ଟ୍ରେ ଟ୍ଵିଟ୍ କରାଯାଇଛି।




















