ମହାରାଷ୍ଟ୍ରରେ ରାସାୟନିକ କାରଖାନାରେ ବିସ୍ଫୋରଣ

265
ADVERTISEMENT

ମୁମ୍ବାଇ,୩୧/୮(ଏଜେନସି) : ମହାରାଷ୍ଟ୍ରର ଧୁଲେ ଜିଲାରେ ଥିବା ଏକ ରାସାୟନିକ କାରଖାନାରେ ଶନିବାର ବିସ୍ଫୋରଣ ଘଟିଛି। ସ୍ଥାନୀୟ ଶିରପୁରଠାରେ ଥିବା ଏହି କାରଖାନାରେ ପୂର୍ବାହ୍ନ ୯ଟା ୧୫ରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାରେ କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଦମକଳ ବାହିନୀଙ୍କୁ ସ୍ଥାନୀୟ ଲୋକେ ଏବଂ କାରଖାନାର କର୍ମଚାରୀ ସହାୟତା କରିଛନ୍ତି।

Advertisement