ଚିଦମ୍ବରମଙ୍କୁ ୫୫ ଘଣ୍ଟା ଜେରା, ସୋମବାର ପର୍ଯ୍ୟନ୍ତ ସିବିଆଇ ହାଜତରେ ରହିବେ

493
ADVERTISEMENT

ନୂଆଦିଲ୍ଲୀ,୩୧/୮(ରବି ଦାସ) : ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ ଆସନ୍ତା ସୋମବାର ପର୍ଯ୍ୟନ୍ତ ସିବଆଇ ହାଜତରେ ରହିବେ। ରିମାଣ୍ଡ ସମୟ ପୂରିବା ପରେ ତାଙ୍କୁ ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହାଡ଼ଙ୍କ ଅଦାଲତରେ ହାଜର କରାଯିବ। ୭୩ ବର୍ଷୀୟ ଚିଦମ୍ବରମଙ୍କୁ ୨୧ ଅଗଷ୍ଟରେ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଏହାପରଠାରୁ ସେ ସିବିଆଇ ରିମାଣ୍ଡ୍‌ରେ ଅଛନ୍ତି। ରିମାଣ୍ଡ୍‌ ସମୟରେ ଚିଦମ୍ବରମଙ୍କୁ ଆଜି ପର୍ଯ୍ୟନ୍ତ ମୋଟ ୫୫ ଘଣ୍ଟା ଜେରା କରାଯାଇଛି ଏବଂ ସେ ସିବିଆଇର ୪୦୦ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଅଦାଲତରେ ଏହି ମାମଲାରେ କେତେକ ନୂତନ ଦସ୍ତାବିଜ ସିବିଆଇ ଉପସ୍ଥାପନ କରିଥିବା ଜଣାପଡ଼ିଛି।

Advertisement