ଭାରତ ଓ ଋଷିଆର ମିତ୍ର ରାଷ୍ଟ୍ରମାନଙ୍କୁ ବିକ୍ରୟ କରାଯିବ ‘ବ୍ରହ୍ମୋସ୍‌ ସୁପର ସୋନିକ୍‌ ମିସାଇଲ୍‌’

272
ADVERTISEMENT

ନୂଆଦିଲ୍ଲୀ,୨୯/୮(ରବି ଦାସ ) : ଭାରତ ଓ ଋଷିଆର ମିଳିତ ଉଦ୍ୟମରେ ଭାରତରେ ନିର୍ମାଣ କରା ଯାଉଥିବା ବ୍ରହ୍ମୋସ୍‌ ସୁପର ସୋନିକ୍‌ ମିସାଇଲ୍‌କୁ ଏବେ ଉଭୟ ଭାରତ ଓ ଋଷିଆର ମିତ୍ର ରାଷ୍ଟ୍ରମାନଙ୍କୁ ବିକ୍ରୟ କରାଯିବ ବୋଲି ଉଭୟ ରାଷ୍ଟ୍ର ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ ଓ ଋଷିଆର ମିଳିତ ଉଦ୍ଦ୍ୟମରେ ଭାରତରେ ନିର୍ମାଣ କରା ଯାଉଥିବା ବ୍ରହ୍ମୋସ୍‌ ସୁପର ସୋନିକ୍‌ ମଧ୍ୟମ ଦୂରଗାମୀ ମିସାଇଲ (କ୍ଷେପଣାସ୍ତ୍ର)କୁ ସଫଳତାର ସହ ଭୂପୃଷ୍ଠ, ଆକାଶପଥ, ଜଳପଥ ଏପରିକି ବୁଡ଼ାଜାହାଜରୁ ମଧ୍ୟ ଶତ୍ରୁପକ୍ଷ ଉପରକୁ ନିକ୍ଷେପ କରାଯାଇ ପାରିବ। ନିକଟରେ ଭାରତ ଋଷିଆ ନିର୍ମିତ ଲଢ଼ୁଆ ବିମାନ ସୁଖୋଇ ୩୦-ଏମ୍‌କେଆଇ ବିମାନରେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରକୁ ଖଞ୍ଜି ଏହାର ସଫଳ ପରୀକ୍ଷଣ କରି ସାରିଛି।

Advertisement