ଅଯୋଧ୍ୟା ମାମଲା: ବିବାଦୀୟ ଜମିର ମାଳୀକାନାର କୌଣସି ପ୍ରମାଣ ନାହିଁ

890
ADVERTISEMENT

ନୂଆଦିଲ୍ଲୀ,୨୯/୮(ରବି ଦାସ ) : ଅଯୋଧ୍ୟାର ରାମ ଜନ୍ମଭୂମି- ବାବରୀ ମସଜିଦ୍‌ ମାମଲାରେ ସୁପ୍ରିମ୍‌କୋର୍ଟରେ ଗୁରୁବାର ରାମଜନ୍ମଭୂମି ପୁନରୁତ୍ଥାନ ସମିତି ପକ୍ଷରୁ କୁହାଯାଇଛି ଯେ, ଏଠାରେ ବାବର କିମ୍ବା ଔରଙ୍ଗଜେବ୍‌ଙ୍କ ଦ୍ୱାରା କୌଣସି ମସଜିଦ୍‌ ନିର୍ମାଣ ହୋଇ ନ ଥିଲା। ଏହାର କୌଣସି ପ୍ରମାଣ ନାହିଁ। ୧୫୨୮ରେ ମସଜିଦ୍‌ ନିର୍ମାଣ ହୋଇଥିବାର ପ୍ରମାଣ ମିଳି ନାହିଁ। ଆଇନଜୀବୀ ପି.ଏନ୍‌. ମିଶ୍ରା କହିଛନ୍ତି ଯେ, ମନ୍ଦିର ଭଙ୍ଗା ଯାଇ ବାବରଙ୍କ ନିର୍ଦ୍ଦେଶରେ ମୀର୍‌ ବାକିଙ୍କ ଦ୍ୱାରା ଏଠାରେ ମସଜିଦ୍‌ ନିର୍ମାଣ କରାଯାଇଥିଲା। ବିବାଦୀୟ ଜମିର ମାଲିକ ବାବରଥିଲେ ବୋଲି କୌଣସି ପ୍ରମାଣ ନ ଥିବା ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଏସ୍‌.ଏ ବୋବଦେଙ୍କ ସମ୍ମୁଖରେ ଆଇନଜୀବୀ ପି.ଏନ୍‌. ମିଶ୍ରା ଏପରି କହିଛନ୍ତି।

Advertisement