୨ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଛନ୍ତି : ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଗୋଇନ୍ଦା ରିପୋର୍ଟ

298
ADVERTISEMENT

ନୂଆଦିଲ୍ଲୀ,୨୯/୮(ରବି ଦାସ ) : ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ତାଲିମ୍‌ ପ୍ରାପ୍ତ ୨ ଆତଙ୍କବାଦୀଙ୍କୁ ଦିଲ୍ଲୀ ପଠାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଇତିମଧ୍ୟରେ ଦିଲ୍ଲୀ ଆସିଥିବା ଆତଙ୍କବାଦୀ ଅକରମ କୁରେଶି ଏବଂ ତାଙ୍କ ସହଯୋଗୀ ଆଇଏସ୍‌ଆଇ ଇସାରାରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ଗୋଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି। ଇତିମଧ୍ୟରେ ଦୁଇ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ପାଟ୍ରୋଲିଂ ଦଳଙ୍କୁ ସଜାଗ କରାଯାଇଛି।

Advertisement