Friday, November 20, 2026
ADVERTISEMENT
Home ଜାତୀୟ ସାବଧାନ! ସେପ୍ଟେମ୍ବର ୧୪ରେ ପୃଥିବୀ ସହ ଧକ୍କା ଖାଇପାରେ କ୍ଷୁଦ୍ରଗ୍ରହ, ହୋଇପାରେ ମହାପ୍ରଳୟ !!

ସାବଧାନ! ସେପ୍ଟେମ୍ବର ୧୪ରେ ପୃଥିବୀ ସହ ଧକ୍କା ଖାଇପାରେ କ୍ଷୁଦ୍ରଗ୍ରହ, ହୋଇପାରେ ମହାପ୍ରଳୟ !!

409
ADVERTISEMENT

ନୂଆଦିଲ୍ଲୀ, ୨୭/୮(ରବି ଦାସ) : ପୃଥିବୀ ଆଡକୁ ବଡ ବିପଦ ମାଡି ଆସୁଛି । ଏହାର ପ୍ରଭାବରେ ପୃଥିବୀରେ ମହାପ୍ରଳୟ ହୋଇପାରେ। କାରଣ ମହାକାଶରୁ ପୃଥିବୀ ଆଡକୁ ଏକ କ୍ଷୁଦ୍ରଗ୍ରହ ବା ପଥର ଖଣ୍ଡ ୨୦୦୦ QW7 ମାଡି ଆସୁଛି । ଏହି ପଥରଖଣ୍ଡ ପୃଥିବୀ ସହ ଧକ୍କା ହେଲେ ଭୟଙ୍କର ସ୍ଥିତି ଉପୁଜିବାର ସମ୍ଭାବନା ଥିବା କଥା କୁହାଯାଉଛି। ଆମେରିକା ମହାକାଶ ସଂସ୍ଥା ନାସା ଅନୁଯାୟୀ, ସିଡନୀ ହାର୍ବର ବ୍ରିଜ୍‌ ଲମ୍ବର ଏହି ପଥରଖଣ୍ଡ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ଘଣ୍ଟା ପ୍ରତି ୨୩,୧୦୦ କିଲୋମିଟର ବେଗରେ ଏହା ପୃଥିବୀ ଆଡକୁ ଆସୁଛି । ସେପ୍ଟେମ୍ବର ୧୪ରେ ଏହି ପଥରଖଣ୍ଡ ପୃଥିବୀ ଠାରୁ ୫.୩ ନିୟୁତ କିଲୋମିଟର ଦୂରରେ ଗତି କରିବ, ଯାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ୧୩.୮୭ ଗୁଣ । କିନ୍ତୁ ଏହାସତ୍ତ୍ୱେ ମଧ୍ୟ ଏହି ପଥରଖଣ୍ଡ ପୃଥିବୀ ପାଇଁ ବଡ ସଙ୍କଟ ଆଣିପାରେ। ପୃଥିବୀଠାରୁ ୧୪୯.୬ ନିୟୁତ କିଲୋମିଟର ଦୂରରେ କୌଣସି ବସ୍ତୁ ଗତି କଲେ ଏହାକୁ ପୃଥିବୀର ନିକଟରେ ଗତି କରୁଛି ବୋଲି ଧରି ନିଆଯାଇଥାଏ । ତେବେ ପ୍ରାୟ ୨୧୦୦ ଫୁଟର ଏହି ବିଶାଳକାୟ ପଥରଖଣ୍ଡ ପୃଥିବୀ ଠାରୁ ମାତ୍ର ୫.୩ ନିୟୁତ କିଲୋମିଟର ଦୂରରେ ଗତି କରିବ । ତେଣୁ ବିଶ୍ୱବାସୀଙ୍କ ପାଇଁ ଏବେ ଏହା ଚିନ୍ତାର କାରଣ ପାଲଟିଛି।ଏହି କ୍ଷୁଦ୍ରଗ୍ରହଗୁଡ଼ିକ ପୃଥିବୀ ଭଳି ସୂର୍ଯ୍ୟର ପରିକ୍ରମା କରୁଛନ୍ତି । ଶେଷଥର ପାଇଁ ଏହି କ୍ଷୁଦ୍ରଗ୍ରହକୁ ୧ ସେପ୍ଟେଟର ୨୦୦୦ ମସିହାରେ ଦେଖିବାକୁ ମିଳିଥିଲା । ତେବେ ଏହାପରେ ଏହି ପଥରଖଣ୍ଡ ଦୃଶ୍ୟମାନ ହୋଇ ନଥିଲା । କିନ୍ତୁ ଜୁଲାଇ ଓ ଅଗଷ୍ଟ ମାସରେ ପୁଣିଥରେ ଏହି ପଥରଖଣ୍ଡ ଦୃଶ୍ୟମାନ ହେବା ବୈଜ୍ଞାନିକଙ୍କ ଚିନ୍ତା ବଢାଇଛି । ଏହାପୂର୍ବରୁ ୧୯୦୮ ମସିହାରେ ଏକ କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା ହେବା ପୂର୍ବରୁ ଜଳି ନଷ୍ଟ ହୋଇଥିଲା । କିନ୍ତୁ ଏହାର ପ୍ରଭାବରେ ସାଇବେରିଆର ଦୁଙ୍ଗୁସ୍କାରେ ୧୦୦ ମିଟରର ଏକ ବଡ ଗାତ ହୋଇଥିଲା । ଯେଉଁଥିରେ ପାଖାପାଖି ୮ କୋଟି ଗଛ ଆଖି ପିଛୁଳାକେ ନଷ୍ଟ ହୋଇ ଯାଇଥିଲା ।

Advertisement