Tuesday, September 8, 2026
ADVERTISEMENT
Home ଜାତୀୟ ଛତିଶଗଡ଼:କନ୍‌ଷ୍ଟେବଳ ନିଜ ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଗିରଫ

ଛତିଶଗଡ଼:କନ୍‌ଷ୍ଟେବଳ ନିଜ ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଗିରଫ

394
ADVERTISEMENT

ରାଇଗଡ଼,(ଦୁନିଆ ହାଲ୍ ଚାଲ୍) : ଛତିଶଗଡ଼ର ରାଇଗଡ଼ ଅଞ୍ଚଳରେ ଜଣେ ପୁଲିସ କନଷ୍ଟେବଳ ନିଜ ୬ ବର୍ଷର ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛି। ଗତ ୨୯ ତାରିଖରେ ନିଜ ଘରେ ସମ୍ପୃକ୍ତ ୪୫ବର୍ଷୀୟ କନ୍‌ଷ୍ଟେବଳ ଝିଅକୁ ବଳାତ୍କାର କରିଥିଲା ଓ ଏ ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ଚେତାବନୀ ଦେଇଥିଲା।
ସୋମବାର ଝିଅ ଏ ସମ୍ପର୍କରେ ତାଙ୍କୁ ଜଣାଇଲା ବୋଲି ଅଭିଯୁକ୍ତ କନଷ୍ଟେବଳର ପତ୍ନୀ ଦର୍ଶାଇଛନ୍ତି। ଶରନଗନ ଥାନାରେ ଅଭିଯୁକ୍ତ କନଷ୍ଟେବଳ କାର୍ଯ୍ୟକରନ୍ତି। ଏହି ଥାନାରେ ଅଭିଯୋଗ ଦାୟର ହୋଇଥିଲା। ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରାଯିବା ପରେ ବୁଧବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏଥିସହିତ ଜିଲା ପୁଲିସ ଅଧୀକ୍ଷକ ରାଜେଶ ଅଗ୍ରୱାଲ ତାକୁ ତୁରନ୍ତ ଚାକିରିରୁ ନିଲମ୍ବନ କରିଛନ୍ତି।

Advertisement