ବ୍ରହ୍ମପୁର,୩୧।୦୭(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଏମ୍ କେ ସିଜି ମେଡିକାଲ କଲେଜରେ ପିିଜି ପରୀକ୍ଷା ପରିଚାଳନାରେ ବଡ଼ ବିଭ୍ରାଟ । ପରୀକ୍ଷା ହଲ୍ରୁ ପ୍ରଶ୍ନପତ୍ର ହ୍ବାଟ୍ସଆପ୍ ଯୋଗେ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଅତ୍ୟାଧୁନିକ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରି ଏଠାରୁ ପ୍ରଶ୍ନପତ୍ର ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନକୁ ଯୋଗାଣ ହୋଇଥିବା ଜଣାପଡ଼ିବା ପରେ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।





















