ସୁପ୍ରିମକୋର୍ଟରେ ଖାରଜ ହେଲା ଚିଦାମ୍ବରମଙ୍କ ଆବେଦନ

303
ADVERTISEMENT

ନୂଆଦିଲ୍ଲୀ,୨୬/୮(ଏଜେନସି) : ପୂର୍ବ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଲାଗିଛି ଝଟ୍‌କା। ସୋମବାର ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ସିବିଆଇ ମାମଲାର ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ଦ୍ୱାରା ଚିଦାମ୍ବରମ ଗିରଫ ହେବା ପରେ ତାଙ୍କ ଆବେଦନ ବ୍ୟର୍ଥ ବୋଲି କହି କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ତେବେ ଚିଦାମ୍ବରଙ୍କ ଓକିଲ କିପଲ ଶିବଲ ଓ ଅଭିଶେକ ମନୁ ସିଂଘବି ଯୁକ୍ତି ବାଢିଥିଲେ କି ମାମଲା ବିଚାରଧୀନ ଥିବା ଅବସ୍ଥାରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିବାର ନ ଥିଲା। ହେଲେ କୋର୍ଟ ଏମାନଙ୍କ ଦଲିଲକୁ ନ ଶୁଣି ଉକ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ଦ୍ୱାରା ପୂର୍ବ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ରଦ୍ଦ କରାଯିବା ନିଷ୍ପତ୍ତି ବିରୋଧରେ କରାଯାଇଥିବା ଆବେଦନକୁ ନେଇ ସୁପ୍ରିମକୋର୍ଟର ଜଷ୍ଟିସ ଭାନୁମତି ଶୁଣାଣି ସମୟରେ କହିଥିଲେ କି ସୁପ୍ରିମକୋର୍ଟ ସମ୍ବିଧାନ ପୀଠର ନିଷ୍ପତ୍ତି ହେଉଛି ଗୋଟିଏ ଥର ଗିରଫ ହେବା ପରେ ଆଗୁଆ ଜାମିନ ଆବେଦନ ବ୍ୟର୍ଥ ହୋଇଥାଏ।

Advertisement