ମହେନ୍ଦ୍ର ସିଂହ ଧୋନିର ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ୪,୦୦୦ ଆଇପିଏଲ୍ ରନ୍ ପୂରଣ

503
ADVERTISEMENT

(ଦୁନିଆ ହାଲ୍ ଚାଲ୍):ମହେନ୍ଦ୍ର ସିଂହ ଧୋନି ବୁଧବାର ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ୪,୦୦୦ ଆଇପିଏଲ୍ ରନ୍ ପୂରଣ କରିଛନ୍ତି। ଏଭଳି କରିବାରେ ସେ ଦ୍ବିତୀୟ ଖେଳାଳି ହୋଇଛନ୍ତି। ଧୋନିଙ୍କ ପୂର୍ବରୁ ସୁରେଶ ରାଇନା ପ୍ରଥମ ଖେଳାଳି ଭାବେ ସିଏସ୍‌କେ ପାଇଁ ୪,୦୦୦ ଆଇପିଏଲ୍ ରନ୍ କରିଥିଲେ। ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨ ରନ୍‌ କରିବା ପରେ ଧୋନି ଏହି ମାଇଲଖୁଣ୍ଟ ଛୁଇଁଥିଲେ। ରାଇନା ୧୮୦ ଆଇପିଏଲ୍ ମ୍ୟାଚ୍‌ ଖେଳି ୫୦୮୬ ରନ୍ କରିଛନ୍ତି। ଧୋନି ୧୭୯ ମ୍ୟାଚ୍‌ ଖେଳି ୪,୧୩୫ ରନ୍‌ରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ ଯେ ଚେନ୍ନାଇ ବାସନ୍ଦ ହେବା ପରେ ଧୋନି ଓ ରାଇନା ଯଥାକ୍ରମେ ରାଇଜିଂ ପୁନେ ସୁପରଜିଆଣ୍ଟ ଏବଂ ରାଇନା‌ ଗୁଜୁରାଟ ଲାୟନ୍ସ ପକ୍ଷରୁ ଖେଳିଥିଲେ।

Advertisement