ଫୁଲବାଣୀ,୧୨/୩(ଡ଼ି.ଏଚ ବ୍ୟୁରୋ):-ଫୁଲବାଣୀ ରିଜର୍ଭ ପୋଲିସ୍ ପଡ଼ିଆରେ ଆତ୍ମସମର୍ପଣ କଲେ ୧୦ ମାଓବାଦୀ । ଅସ୍ତ୍ର ତ୍ୟାଗ କରି ୪ ଜଣ ହାର୍ଡକୋର୍ ମାଓବାଦୀଙ୍କ ସହ ୧୦ ଜଣ ନକ୍ସଲ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାବେଳେ ମାଓମୁକ୍ତ ଅଭିଯାନ ଦିଗରେ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ ସମୟରେ ଏମାନେ ବହୁ ପରିମାଣର ମାରଣାସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ପୋଲିସକୁ ହସ୍ତାନ୍ତର କରିଛନ୍ତି ।
















